କଟକ: ସୂତାହାଟ ଅଞ୍ଚଳରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ ଦୁର୍ବୃତ୍ତଙ୍କ ନିକଟରୁ ଲୁଟ୍‌ ହୋଇଥିବା ୯୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଏଥିରେ ଦୁଇଟି ହାର, ସୁନା କାନ ଫୁଲ, ୭ଟି ମୁଦି, ୨୦୦ ଗ୍ରାମ ରୁପା ରହିଛି। ଜବତ ଅଳଙ୍କାରର ମୂଲ୍ୟ ୪ ଲକ୍ଷ ୫୦ ହଜାର ହେବ ବୋଲି ଆକଳନ କରାଯାଉଛି। ଅଳଙ୍କାର ସହିତ ୫୦ ହଜାର ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳରେ ରହୁଥିବା ସେକ୍‌ ଜାଭେଦ୍‌ ହୁସେନ ଗଲା ୭ ତାରିଖରେ ଘରେ ନଥିଲେ। ସେଦିନ ରାତି ପ୍ରାୟ ୧୧ଟାରୁ ୪ଟା ଭିତରେ ଦୁର୍ବୃତ୍ତ ତାଙ୍କ ଘରର ତାଲା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଘରେ ଥିବା ସୁନା, ରୁପା ଏବ˚ ଇମିଟେସନ୍‌ ଅଳଙ୍କାର ବି ଦୁର୍ବୃତ୍ତ ଲୁଟିନେଇଥିଲେ। ଅଳଙ୍କାର ସହିତ ୫୦ ହଜାର ନଗଦ ଟଙ୍କା ଲୁଟିଥିବା କ୍ୟାଣ୍ଟନମେଣ୍ଟ ଥାନାରେ ଜାଭେଦ୍‌ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ସୂତାହାଟ ଅଞ୍ଚଳର ସେକ୍‌ ସଦ୍ଦାମ୍‌କୁ ଗିରଫ କରିଥିବା ବେଳେ ଆଉ ଜଣେ ସହଯୋଗୀ ୧୭ ବର୍ଷିୟ ନାବାଳକକୁ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

The post ସୂତାହାଟରୁ ଅଳଙ୍କାର ଲୁଟ୍‌ ଘଟଣା; ଦୁଇ ଗିରଫ; ୪ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/35C8Uwd