ଜଗତସିଂହପୁର ଟାଉନ୍: ଆଜି ଜଗତସିଂହପୁରର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟାରେ ଯୋଗ ଦେଇଛନ୍ତି। ନିଜ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଆଜି ଠାରୁ ଶ୍ରୀ ମହାପାତ୍ରଙ୍କର ଦ୍ୱିତୀୟ ଇନିଂସ୍ ଆରମ୍ଭ ହୋଇଥିବା ବେଳେ ଏହାକୁ ଜିଲ୍ଲାବାସୀ ସ୍ବତଃ ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ ନେବା ପରେ ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି। ଯାହାକୁ ନେଇ କେବଳ ଜିଲ୍ଲା କାହିଁକି ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ୨୪.୦୬.୨୦୧୯ରେ ନିଜ ଜନ୍ମ ମାଟିରେ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ପ୍ରଥମ ପାଳିରେ ତାଙ୍କର କର୍ମ ତତ୍ପରତା, କାର୍ଯ୍ୟଦକ୍ଷତା, ଦୁର୍ନୀତିଖୋରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା କ୍ଷେତ୍ରରେ ତାଙ୍କୁର ନିଷ୍ଠା ତାଙ୍କୁ ଜିଲ୍ଲାବାସୀଙ୍କ ନିକଟରେ ଆଦୃତ କରାଇଥିଲା। ଜିଲ୍ଲାପାଳ ନୁହେଁ ପୁଅ ଭାବେ ନିଜର ଜନ୍ମମାଟିର ସେବା କରିବାକୁ ଆସିଛି ବୋଲି ମତ ଦେଇଥିଲେ। ପ୍ରକୃତ ପକ୍ଷେ ସେ କଥାରେ ନୁହେଁ ବରଂ କାମରେ କରି ଦେଖାଇଥିଲେ ସରକାରୀ କଳକୁ ଚଳଚଂଚଳ କରାଇଥିଲେ ଇ-ଅଫିସ ଲାଗୁ କରି ସାରା ଦେଶରେ ପ୍ରଶଂସା ପାଇଥିଲେ। କରୋନା ସମୟରେ ଦୁଇ ଦୁଇ ଜାତୀୟ ସ୍ତରର ପୁରସ୍କାର ପାଇଥିଲା ଜିଲ୍ଲା ଦୁର୍ନୀତି ଖୋର୍ ୬୫ରୁ ଅଧିକ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନିଜର ପରାକାଷ୍ଟାର ପ୍ରମାଣ ଦେଇଥିଲେ।

ତେବେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ପରେ ଉପ ନିର୍ବାଚନ ବେଳେ ନିର୍ବାଚନ ଆଚରଣ ବିଧି ଉଲଘଂନ ହେବା ନେଇ ତାଙ୍କୁ ସରକାର ୦୫.୧୦.୨୦୨୦ରେ ବଦଳି କରାଯାଇଥିଲା ତେବେ ୪ ମାସ ପରେ ପୁଣି ଥରେ ଆଜି ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି।

ଆଜି ପ୍ରଥମେ ଶ୍ରୀ ମହାପାତ୍ର ମା ଶାରଳାଙ୍କ ନିକଟରେ ମୁଣ୍ଡିଆ ମାରି ମାଙ୍କ ଆଶୀର୍ବାଦ ନେଇଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଏଠରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା କୋଭିଡ୍ କଟକଣା ଭିତରେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା ଫୁଲ ତୋଡା, ମାଳ ଧରି ଅଧିକାରୀ ଓ ଶୁଭେଚ୍ଛୁ ସ୍ବାଗତ କରିଥିଲେ। ଜିଲ୍ଲାପାଳ ଭାବେ ପୁନଃ ନିଯୁକ୍ତି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲାର ପ୍ରଗତି ହେଉଛି ସବୁଠାରୁ ବଡ଼ ଓ ମୁଖ୍ୟ କାମ ଜିଲ୍ଲା ବାସୀଙ୍କୁ ସୁଶାସନ ଓ ଉତ୍ତମ ପ୍ରଶାସନ ଯୋଗାଇବା ମୋର ପ୍ରଥମ ପର୍ତ୍ତବ୍ୟ ହେବ ବୋଲି କହିଥିଲେ।

୫ଟି ସହ ୫ଟି ସ, ଯଥା-ସ୍ବଚ୍ଛତା, ସଚ୍ଚୋଟତା, ସାଧୁତା, ସେବା ଓ ସ୍ବାଭିମାନକୁ ନେଇ ଚାଲିବାକୁ ପଡ଼ିବ ଗଣ ତାନ୍ତ୍ରିକ ଦେଶରେ ଗଠନ ମୂଳକ ସମାଲୋଚନା ହେବା ଜରୁରୀ ଆବଶ୍ୟକତା ରହିଥିବା କହିଥିଲେ କିନ୍ତୁ ସମାଲୋଚନା କୌଣସି ବ୍ୟକ୍ତି କୌନ୍ଦିକ ନହୋଇ ଗଠନ ମୂଳକ ଓ ତଥ୍ର ଭିୀତ୍ତିକ ହେବା ଉଚିତ ବୋଲି କହିଥିଲେ। ଯେତେବେଳେ ପ୍ରଶାସନରେ ସ୍ବଚ୍ଛତା ଓ ସାଧୁତା ଆସିବ ସେତେବେଳେ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ବଢ଼ିବ ଯେଉଁ ଅଧୁରା କାମ ବାକି ହିଛି ତାକୁ ତୁରନ୍ତ ସାରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ପୂର୍ବଭଳି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ବୈଠକରେ ରୋକ୍ଠୋକ୍ ଶୁଣାଇଛନ୍ତି। ଜିଲ୍ଲାପାଳ ଏଥିସହ କାର୍ଯ୍ୟରେ ଅବହେଳା କଲେ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି।

ତେବେ ସମ୍ବାଦକୁ ଶ୍ରୀ ମହାପାତ୍ର ଦେଇଥିବା ସାକ୍ଷାତକାରରେ ସେ ନିଜର ସମ୍ପତ୍ତି ତାଲିକା ପ୍ରଥମ ଦିନରେ ଦେବେ ବୋଲି କହିଥିଲେ। ଆଜି କଥା ଦେଇ କଥା ରଖିଲେ।  କାର୍ଯ୍ୟରେ ଯୋଗଦେବା ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ନିଜରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସାର୍ବଜନୀନ କରିଥିଲେ। ତେବେ ଜାନୁଆରି ୩୧ ତାରିଖ ସୁଧା ଜିଲ୍ଲା ଜିଲ୍ଲାର ସମସ୍ତ କର୍ମଚାରୀ ଓ ଅଧିକାରୀ ନିଜ ନିଜ ସମ୍ପତ୍ତି ତାଲିକା ସରକାରଙ୍କ ନିକଟରେ ସ୍ବତଃ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦସାହୁ, ଚିନ୍ମୟୀ ବିଶ୍ୱାଳ, ଉପ ଜିଲ୍ଳାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲାସ୍ତରୀୟ ଅଧିକାର, ସହାୟକ ଜିଲ୍ଲାପାଳ, ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

The post ଜିଲ୍ଲାବାସୀଙ୍କୁ ସୁଶାସନ ଓ ଉତ୍ତମ ପ୍ରଶାସନ ଯୋଗାଇବା ମୋର କର୍ତ୍ତବ୍ୟ: ସଂଗ୍ରାମ କେଶରୀ ମହାପାତ୍ର first appeared on Sambad.



from ଜିଲ୍ଲା – Sambad https://ift.tt/3sahEDk