
କୋଇଡା: ଆଜି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ କାର୍ଯ୍ୟକଳାପ, ପିସି, ରାଜନୈତିକ ପକ୍ଷପାତିତା, ଜାତିଆଣ ଭେଦଭାବ ପ୍ରମୁଖକୁ କେନ୍ଦ୍ର କରି ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ, ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ସରପଞ୍ଚ ସୁଶୀଲା ମୁଣ୍ଡା, ସରପଞ୍ଚ ଭୀମସେନ ଦେହୁରୀ, ସରପଞ୍ଚ ଅନିଲ ବାର୍ଲା , ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନ୍ତ ପ୍ରମୁଖ ଙ୍କ ସହ ଦୁଇ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଏକ ରାଲି ଯୋଗେ କୋଇଡା ବ୍ଲକ ପରିସର ମଧ୍ୟରେ ପହଞ୍ଚିଥିଲେ ।ଏହାପରେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବାକୁ ଯାଇ ପୁଲିସ୍ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।
ପରେ ପରିସର ମଧ୍ୟରେ ସଭା ଅନୁଷ୍ଠିତ କରି ବିଡିଓଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଡିଓଙ୍କ ବଦଳି କରିବା ନେଇ ନେତୃବୃନ୍ଦ ଦାବି ସହ ବିଭିନ୍ନ ବ୍ୟାନର୍ ଓ ବକ୍ତୃତା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
The post କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ବିରୋଧ କରି ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ first appeared on Sambad.
from ଜିଲ୍ଲା – Sambad https://ift.tt/2Ykapva
0 Comments