ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରୁ ତିନୋଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଖବର ନେବାରୁ ଜଣାଯାଇଛି, କଟକର ମଧୁପାଟଣା ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକଗୁଡ଼ିକୁ ମଧୁପାଟଣା ପୁଲିସ, ଭୁବନ ପୁଲିସ ସହାୟତାରେ ତିନୋଟି ଚୋରା ବାଇକ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି କାର୍ଯ୍ୟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାକୁ ନେଇ ପୁଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

The post ଭୁବନରୁ ତିନୋଟି ଚୋରା ବାଇକ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3t0WCaU