
ଢେଙ୍କାନାଳ: ଢ଼େଙ୍କାନାଳ ବନଖଣ୍ଡରୁ ଗତକାଲି ସନ୍ଧ୍ୟାରେ ବନ କର୍ମଚାରୀମାନେ ଗୋଟେ ହରିଣ ଛାଲ, ୭ଟି ବଜ୍ରକାପ୍ତା ଖୋଳ ଓ ବାଇକ ଜବତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଗିରଫ ହୋଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ନିହାଲ ପ୍ରସାଦ ଥାନା କରଡାବାଣୀ ଗ୍ରାମର ବଳରାମ ସାହୁ (୨୭),ସଞ୍ଜୟ ହୋତା (୪୦),ଗଡ଼ ଖାଙ୍କିରା ଗ୍ରାମର କୁନା ସାହୁ,ଟୋଲରପଶି ଗ୍ରାମର ବଙ୍ଗାଳି ଦେହୁରୀ ବୋଲି ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଉକ୍ତ ୪ଜଣ ଅଭିଯୁକ୍ତ ହରିଣଛାଲ ଓ ବଜ୍ରକାପ୍ତା ଖୋଳ ନେଇ ଯାଉଥିବା ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ବଳରାମ ସାହୁ, ସଞ୍ଜୟ ହୋତା, କୁନା ସାହୁ ଓ ବଙ୍ଗାଳି ଦେହୁରୀଙ୍କୁ ଢ଼େଙ୍କାନାଳ ବନଖଣ୍ଡରୁ କାବୁ କରିଥିଲେ।
The post ହରିଣ ଛାଲ ଓ ବଜ୍ରକାପ୍ତା ଖୋଳ ଜବତ, ୪ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/2XXXE9q
0 Comments