
ଖୋର୍ଦ୍ଧା : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଦ୍ଧାରେ ଅନଲାଇନରେ ସରକାରୀ ଫାଇଲ୍ କାମ ଆରମ୍ଭ ହୋଇଛି । ଏହି ଓସ୍ୱାସ୍ ନେଟ୍ୱାର୍କକୁ ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଶୁଭାରମ୍ଭ କରି ପ୍ରଥମ ଫାଇଲ୍ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଇଛନ୍ତି ।
ଏନେଇ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଲୋକସେବା ଭବନ ଓ ନିର୍ଦ୍ଦେଶାଳୟଗୁଡ଼ିକରେ ଏହି ଓସ୍ୱାସ୍ ଜରିଆରେ ସରକାରୀ ଫାଇଲ୍ କାମ କରାଯାଉଛି । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଦ୍ଧାରେ ଆଜିଠାରୁ ଏହା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଜିଲ୍ଲାର ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ସଂପ୍ରସାରିତ ହେବ । କୋଭିଡ୍ ମହାମାରୀ ଭଳି ସଂକଟ ସମୟରେ ଏହି ବ୍ୟବସ୍ଥା ଦ୍ୱାରା ସରକାରୀ କାର୍ଯ୍ୟ, ଜନସାଧାରଣଙ୍କ ସେବା ତ୍ୱରାନ୍ୱିତ ଓ ସମୟାନୁସାରେ କରାଯାଇପାରିବ ।
The post ଖୋର୍ଦ୍ଧା : ଏଥର ଅନଲାଇନରେ ଫାଇଲ୍ କାମ first appeared on Sambad.
from ଜିଲ୍ଲା – Sambad https://ift.tt/386q5Yk
0 Comments