
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବାରାହା ଆକ୍ରମଣ। ଜିଲ୍ଲାର ହିଞ୍ଜିଳି ବ୍ଳକର ସିକିରି ଗ୍ରାମରେ ବାରାହା ଆକ୍ରମଣ କରିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଆହତଙ୍କୁ ପ୍ରଥମେ ହିଞ୍ଜିଳି ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ହଠାତ ସିକିରି ଗାଁର ପୋଖରୀ ନିକଟକୁ ଏକ ବାରହା ଆସି ସେଠାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲା। ଏହା ପରେ ସେହି ଗାଁର କିଛି ଘର ଲୋକଙ୍କ ବାରିପଟକୁ ଯାଇ ସେଠାରେ ଥିବା ଲୋକଙ୍କୁ ମଧ୍ୟ ବାରାହା ଆକ୍ରମଣ କରିଥିବା ଜଣାପଡିଛି। ବାରାହାର ଆକ୍ରମଣରେ ସର୍ବମୋଟ ୮ଜଣ ଗୁରୁତର ଆହାତ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।
The post ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ସିକିରି ଗ୍ରାମରେ ବାରାହା ଆକ୍ରମଣ, ୮ଆହତ first appeared on Sambad.
from ଜିଲ୍ଲା – Sambad https://ift.tt/38Cr6I0
0 Comments