କଟକ: ଆସନ୍ତାକାଲି ମକର ସଂକ୍ରାନ୍ତି। ଏହି ଦିନ ଲୋକେ ମକର ଚାଉଳ ଖାଇବା ସହ ଗୁଡ଼ି ଉଡ଼ାଇଥାନ୍ତି। ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ  ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି।

ସୂଚନା ମୁତାବକ, ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବା ସମୟରେ ଅଘଟଣ ଘଟିଥିବାର ଖବର ମିଳିଥାଏ। ଗୁଡ଼ି ଉଡ଼ାଇବା ସମୟରେ ଗୁଡ଼ିର ମାଞ୍ଜା ସୂତାରେ କଟି ପକ୍ଷୀ ଓ ଅନେକ ସମୟରେ ଲୋକଙ୍କ ଜୀବନହାନି ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ସିଏମସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି। ବିଶେଷ କରି ଚାଇନିଜ ମାଞ୍ଜା ସୂତା ଏବଂ କାଚଗୁଣ୍ଡ ମାଞ୍ଜା ଦିଆଯାଇଥିବା ସୂତାର ବ୍ୟବହାର ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ସିଏମସି।

National kite flying festival
The Financial Express

The post ମକର ସଂକ୍ରାନ୍ତି ପାଇଁ କଟକରେ ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ ଲାଗିଲା କଟକଣା, ନିୟମ ଭାଙ୍ଗିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ first appeared on Sambad.



from ଜିଲ୍ଲା – Sambad https://ift.tt/2N0xsss