
କଟକ: କଟକରେ ପୁଣି ଠାବ କରାଯାଇଛି ନକଲି ଘିଅ କାରଖାନା। ସିଡ଼ିଏ ସେକ୍ଟର-୯ ଅଞ୍ଚଳରେ ନକଲି ଘିଅ କାରଖାନା ଠାବ କରିଛି ମର୍କତନଗର ଥାନା ପୁଲିସ। କାରଖାନାରେ ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରାଯାଇଛି। ଚଢ଼ାଉ ସମୟରେ କମ୍ପାନିଟି ଢ଼େଙ୍କାନାଳର ଟ୍ରେଡ଼ ଲାଇସେନ୍ସରେ କଟକରେ ଚାଲୁଥିବା ଜଣା ପଡ଼ିଛି। ନକଲି ଘିଅ ଜବତ କରାଯାଇଥିବାବେଳେ ବିପୁଳ ପରିମାଣର ନକଲି ଘିଅ, ଲୋଗୋ, ପ୍ୟାକିଂ ମେସିନ ଜବତ କରାଯିବା ସହ କାରଖାନାର ମାଲିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ମର୍କତନଗର ଥାନା ପୁଲିସ। ଘିଅକୁ ଟେଷ୍ଟିଙ୍ଗ ପାଇଁ ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି।
ଗତକାଲି ରାତିରେ ସୁବାଷ ଘିଅ କାରଖାନାର ମାଲିକ ସୁବାଷ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ମାଲଗୋଦାମ, ଚୌଦ୍ୱାର, ଜଗତପୁର, ପିଠାପୁର, ଫୁଲନଖରା ଭଳି ବିଭିନ୍ନ ଅଞ୍ଚଳରୁ ନକଲି ଘିଅ, ସସ୍, ମସଲା, ସୋୟା ବଡ଼ି କାରଖାନା ଉପରେ କମିସନରେଟ୍ ପୁଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ସାମଗ୍ରୀ ପୁଲିସ ଜବତ କରିଥିଲା। ଆଜି ସିଡ଼ିଏ ସେକ୍ଟର-୯ ଠାରେ ନକଲି ଘିଅ କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ସେକ୍ଟର-୯ରେ ଥିବା କାରଖାନା ଉପରେ ଚଢାଉ କରିଥିଲା।
The post ସିଡ଼ିଏ ସେକ୍ଟର-୯ରୁ ନକଲି ଘିଅ କାରଖାନା ଠାବ; ଜଣେ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/2YpYgVq
0 Comments