
ସୁନ୍ଦରଗଡ଼: ମହୁଲପାଲି ଲାମ୍ପ୍ସ ତସଲାଡିହି ମଣ୍ଡିରେ ମିଛ ଚାଷୀଙ୍କ ଧାନ କ୍ରୟ ମାମଲାରେ ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ଅମାତ ନିଲମ୍ବିତ ହୋଇଥିବାର ଖବର ମିଳିଛି। ପ୍ରକୃତ ଚାଷୀଙ୍କ ଅଜାଣତରେ ସେମାନଙ୍କ ଜମିକୁ ଦେଖାଇ ଦଲାଲମାନଙ୍କ ନାମରେ ଟୋକନ ହାତେଇ ଧାନ ବିକି ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୧୯ ଜଣ ଚାଷୀଙ୍କ ନାମରେ ମିଛ ଟୋକନ ଇସ୍ୟୁ କରାଯାଇଥିଲା। ଏଥିରେ ପରିଚାଳନା ନିର୍ଦ୍ଦେଶକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।
The post ମହୁଲପାଲି ମିଛ ଚାଷୀ ମାମଲା: ପରିଚାଳନା ନିର୍ଦ୍ଦେଶକ ନିଲମ୍ବିତ first appeared on Sambad.
from ଜିଲ୍ଲା – Sambad https://ift.tt/3iRW4zt
0 Comments