
ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୌଚ ପାଇଁ ଯାଇଥିବା ବେଳେ ଦୁଇ ଯୁବକଙ୍କୁ ଏକ ଟିପ୍ପର ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡ଼ାର ଗୋବିନ୍ଦ ଗୌଡ଼ (୨୫) ବୋଲି ଜଣାପଡିଛି ।
ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଟିପ୍ପର ଚକ ତଳୁ ମୃତ ଯୁବକଙ୍କୁ ଉଦ୍ଧାର କରିଥିଲେ।
![]()
ସୂଚନାଯୋଗ୍ୟ, ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡ଼ା ଭେଲୁଆଗୁଡ଼ାର ଗୋବିନ୍ଦ ଗୌଡ଼ (୨୫) ଓ ଡୁମର ଭାଟ୍ଟ (୩୫) ଆଜି ରାତ୍ରି ପ୍ରାୟ ୮ ଘଣ୍ଟା ସମୟରେ ନିକଟ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ତେବେ ସେହି ରାସ୍ତା ଦେଇ ଯାଉଥିବା ଏକ ଟିପ୍ପର ଗାଡ଼ି ଭାରସାମ୍ୟ ହରାଇ ହଠାତ ଦୁହିଁଙ୍କ ଉପରେ ମାଡି ଯାଇଥିଲା।
The post ଶୌଚ ପାଇଁ ଯାଇଥିବା ଦୁଇ ସାଥୀଙ୍କୁ ଧକ୍କା ଦେଲା ଟିପ୍ପର ଗାଡ଼ି; ଜଣେ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3a5xDuh
0 Comments