ତୁମୁଡ଼ିବନ୍ଧ: ଗାଁରେ ପଶି ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ଯୁବକଙ୍କ ହାତଗୋଡ଼ ବାନ୍ଧି ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଇନଫର୍ମର ବୋଲି ସନ୍ଦେହ କରି ମାଓବାଦୀ ଏଭଳି ହତ୍ୟାକାଣ୍ଡ କରିଥିବା ଜଣାଯାଇଛି।

Telegraph India

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ଗତକାଲି ରାତିରେ ୨୦ରୁ ୩୦ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ। ପ୍ରଥମେ ସେମାନେ ଭଣ୍ଡରଙ୍ଗୀ ପଞ୍ଚାୟତ କାର୍ଯ୍ୟାଳୟରେ ଶୋଇଥିବା ସ୍ଥାନୀୟ ସରପଞ୍ଚ ଦ୍ରୋଉପତି ପାତ୍ରଙ୍କ ପୁଅ ଭବାନୀ ପାତ୍ରଙ୍କୁ ଡାକି ତାଙ୍କ ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ‌ସେମାନେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କ ଘର ଭିତରେ ପଶି ହେମନ୍ତକୁ ଘରୁ ଟାଣି ଆଣି ହତ୍ୟା କରିଥିବା ଜଣାପଡ଼ିଛି। ଦୁହିଁଙ୍କୁ ପୁଲିସ ଇନଫର୍ମର ସନ୍ଦେହ କରି ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟା ପରେ ମାଓବାଦୀମାନେ ମୃତଦେହ ପାଖରେ ପୋଷ୍ଟର ଛାଡିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

The post ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ first appeared on Sambad.



from ଜିଲ୍ଲା – Sambad https://ift.tt/3aeCRE8