ପୁରୀ: ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ୭ଜଣ ସମୁଦ୍ର ଜୁଆରରେ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତି ଜଣକ ଥିଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର। ଗତକାଲି ତାଙ୍କୁ ଖୋଜାଯାଇପାରିନଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି। ପିଙ୍କ ହାଉସ ସମ୍ମୁଖ ସମୁଦ୍ର କୂଳରୁ ତାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଝାରଖଣ୍ଡରୁ ପୁରୀ ଆସିଥିବା ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ। ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ୬ ଜଣକୁ ଉଦ୍ଧାର କରିଥିବା ବେଳେ ଦୀପକଙ୍କ ପତ୍ତା ମିଳିନଥିଲା। ଦୀପକ ଜଣେ ଛାତ୍ର ବୋଲି ଶୁଣିବାକୁ ମିଳିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ସମୁଦ୍ର କୂଳରୁ ମିଳିଛି।

The post ପୁରୀ ସମୁଦ୍ର ଜୁଆରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3csyOXx