
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜପୁର ଜିଲ୍ଲାରେ ମଙ୍ଗଳବାର ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଗାଙ୍ଗଲୁର ଥାନା ଅନ୍ତର୍ଗତ ହିର୍ମଗଣ୍ଡ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ରିପୋର୍ଟ ପାଇବା ପରେ ୨୧୦ କୋବ୍ରା ଏବଂ ୮୫ ସିଆରପିଏଫ ଯବାନ ଯାଇ ସେଠାରେ ଚଢ଼ାଉ କରିଥିଲେ। ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ୟ। ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ଧନୁ ଓ ତୀର ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।
The post ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ୍-ନକ୍ସଲ ମଧ୍ୟରେ ଗୁଳି ବିନିମୟ, ବହୁ ଅସ୍ତ୍ରଶସ୍ତ୍ର ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3neO1gJ
0 Comments