
ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଗୟାସପୁର ଗ୍ରାମର ଦୀପ୍ତି ରଂଜନ ବେହେରା (୩୦)। ଦୀର୍ଘ ୬ ବର୍ଷ ଧରି ଚେନ୍ନାଇସ୍ଥିତ ଏକ ଏକ୍ସପୋର୍ଟ କମ୍ପାନିରେ କାମ କରୁଥିଲେ। ସେଠାରେ ଯେତିକି ଦରମା ପାଉଥିଲେ ନିଜେ ଚଳିବା ସହିତ ଘରକୁ ଦି’ ପଇସା ପଠାଉଥିଲେ। କରୋନା ପ୍ରକୋପ ବଢିବା ପରେ କମ୍ପାନି ବନ୍ଦ ହୋଇଗଲା। ବହୁ କଷ୍ଟରେ ଏପ୍ରିଲ ମାସରେ ଘରକୁ ଫେରିଥିଲେ। ଦୀର୍ଘ ୬ ମାସ ଧରି ଘରେ ବସି ରହିଲେ। ସଂଚିତ ଅର୍ଥ ସରିବାକୁ ଲାଗିଲା।
ପରିବାରରେ ତାଙ୍କୁ ମିଶାଇ ୬ ପ୍ରାଣୀ କୁଟୁମ୍ବ। ସେମାନଙ୍କୁ ଚଳାଇବା ପାଇଁ ଶେଷରେ ସେ ବ୍ୟବସାୟ କରିବାକୁ ଚିନ୍ତା କଲେ। ଆର୍ଥିକ ସମ୍ବଳ ସେତେଟା ଭଲ ନ ଥିବାରୁ ସେ କୁକୁଡ଼ା ମାଂସ ଦୋକାନ କରିବାକୁ ଚିନ୍ତା କଲେ। ସ୍ଥାନୀୟ ମଣୀ ଛକରେ ବ୍ୟବସାୟ ଆରମ୍ଭ କରିଛନ୍ତି। ହେଲେ ସେତେଟା ଲାଭ ହେଉନି। ତଥାପି ସ୍ବଳ୍ପ ଲାଭରେ ପରିବାର ଚଳାଇବା ସହିତ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା ଚଳାଇଛନ୍ତି।
The post କରୋନା କାହାଣୀ: କମ୍ପାନି ଚାକିରିରୁ ମାଂସ ଦୋକାନୀ first appeared on Sambad.
from ଜିଲ୍ଲା – Sambad https://ift.tt/35XZFXx
0 Comments