
ବନ୍ତ : ମହାତ୍ମା ଗାନ୍ଧୀଙ୍କ ପରି ବହୁ ମହାପୁରୁଷଙ୍କ ତ୍ୟାଗ, ବଳିଦାନ ଓ ସମର୍ପଣ ଭାବର ଫଳସ୍ବରୂପ ଆମକୁ କଷ୍ଟଲବ୍ଧ ସ୍ବାଧୀନତା ମିଳିଥିଲା। ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଯୁବ ସମାଜ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ହେବ। ସମାଜସେବା ନାଁରେ ରାଜନୀତି କରୁଥିବା ଲୋକମାନଙ୍କ ନକରାତ୍ମକ ଚିନ୍ତାଧାରା ଯୋଗୁଁ ସାଂପ୍ରତିକ ସମୟରେ ଯୁବସମାଜ ବିପଥଗାମୀ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ପୁରୁଣା ଯୋଜନାକୁ ନୂଆ ନାମ ଦେଇ ଲୋକପ୍ରିୟତା ହାସଲ କରୁଛନ୍ତି ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତଠାରେ ବ୍ଲକ୍ କ˚ଗ୍ରେସ କମିଟି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଦେଶର ହିତ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଗାଁକୁ ଚାଲ ଅଭିଯାନରେ ଯୁବଗୋଷ୍ଠୀ ବହୁ ସ˚ଖ୍ୟାରେ ଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ସ୍ଥାନୀୟ ହାଟ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଲକ୍ କ˚ଗ୍ରେସ କମିଟି ସଭାପତି ରାଜ୍ କିଶୋର ସ୍ବାଇଁ ଅଧୢକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା କ˚ଗ୍ରେସ କମିଟି ସଭାପତି ସୁବ୍ରତ ଦାସ, ବିଶିଷ୍ଟ ଅତିଥି ଭାବେ ମଧୁସ୍ମିତା ସେଠୀ, ନଳିନୀ ମହାନ୍ତିି, ଯୁବନେତା ପ୍ରେମାନନ୍ଦ ନାୟକ, ପ୍ରାକ୍ତନ ସରପଞ୍ଚ ଆନନ୍ଦଚନ୍ଦ୍ର ଓଝା, ପ୍ରାକ୍ତନ ବ୍ଲକ୍ ସଭାପତି ଲକ୍ଷ୍ମୀଧର ସାହୁ, ପିସିସି ସଭ୍ୟ ସ୍ମୃତିରଞ୍ଜନ ସ୍ବାଇଁ, ରାଜୀବଗାନ୍ଧୀ ପଞ୍ଚାୟତରାଜର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଯୁବ କ˚ଗ୍ରେସ ବିଧାନସଭା ସଭାପତି ବିଜୟ ଶଙ୍କର ମହାନ୍ତିି ପ୍ରମୁଖ ମାର୍ଗଦର୍ଶନ କରିଥିଲେ। ଯୁବନେତା ଜ୍ୟୋତିପ୍ରକାଶ ନାୟକଙ୍କ ତତ୍ତାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ।
The post ସମୃଦ୍ଧ ଦେଶ ଗଠନ ପାଇଁ ସାମୂହିକ ପ୍ରୟାସ ଲୋଡ଼ା: ନିରଞ୍ଜନ first appeared on Sambad.
from ଜିଲ୍ଲା – Sambad https://ift.tt/366yZDT
0 Comments