ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲା ସବ ରେଜିଷ୍ଟ୍ରାର। ବାଲେଶ୍ବର ଜିଲ୍ଲା ସବରେଜିଷ୍ଟ୍ରାର ରଞ୍ଜନ କୁମାର ଦାସ ଆଜି ଅପରାହ୍‌ଣରେ ଏକ ପ୍ରାଇଭେଟ୍‌ କାରରେ ପୁରୀ ଯାଉଥିବା ସମୟରେ ଶେରଗଡ଼ ଟୋଲଗେଟ୍‌ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲେ। ତେବେ ତାଙ୍କ ନିକଟ‌ରୁ ୨ ଲକ୍ଷ ୨୩ ହଜାର ୫୮୦ ଟଙ୍କା ଜବତ କରାଯାଇଥିବା ବେଳେ ଏ ବାବଦରେ ସେ ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରିନଥିଲେ। ଭିଜିଲାନ୍ସ ଟିମ୍‌ ଘରୋଇ କାର୍‌ଟିକୁ ଜବତ କରିବା ସହ ଶ୍ରୀ ଦାସଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏନେଇ ଭିଜିଲାନ୍ସ ଥାନାରେ ପ୍ରଥମ କେସ୍‌ ନମ୍ବର ୧ରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

The post ଭିଜିଲାନ୍ସ ପଞ୍ଝ‌ାରେ ସବ୍‌ରେଜିଷ୍ଟ୍ରାର, ଘରୋଇ ଗାଡ଼ିରେ ପୁରୀ ଯିବା ବେଳେ ଧରାପଡ଼ିଲେ, ୨ଲକ୍ଷ ସହ କାର ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/3o11o5g