ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲଡୁଗୁଂରୀ ଗ୍ରାମ ନିକଟର ଏକ ପିକ-ଅପ ଓଲଟି ଜଣେ ଯୁବକ ମୃତ ହୋଇ ଥିବାବେଳେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି l ଆଜି ଭୂତତ୍ଵ ବିଭାଗର ତଦାରଖ କରିବା ପାଇଁ ୫ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ସେମାନେ କାମ ସାରିବା ପରେ କମ୍ପାନି ପିକ-ଅପ ଭ୍ୟାନ ଏମ୍, ଏଚ୍ ୪ ଜିରୋ ୫୮୦୩ ନମ୍ବର ଗାଡିରେ ବସି ଯାଉଥିଲେ l ଭାଲଡୁଗୁଂରୀ ରାସ୍ତା ନିକଟରେ ପିକଅପ ଭ୍ୟାନଟି ଭାରସାମ୍ଯ ହରାଇ ରାସ୍ତା ତଳକୁ ଓଲଟି ପଡିବା ଫଳରେ ଜଣେ ଯୁବକ ଅମିତ ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ମହେନ୍ଦ୍ର ଭୈରବ ଓ ଦିଲ୍ଲୀପ ନେତାମ ଆହତ ହୋଇଥିଲେ। ଉଭୟ ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତ ଓ ଆହାତ ହେଉଛନ୍ତି ମହାରାଷ୍ଟ୍ର ଜିଲ୍ଲା ଭଣ୍ଡାରନ ଗ୍ରାମ ଡେଙ୍ଗୁଲ ବୋଲି ଜଣାପଡିଛି। ବଣାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଓଲଟି ଥିବା ଗାଡ଼ିକୁ ଜବତ କରିଛିl ମୃତ ଯୁବକକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସହ ଘଟଣାର ତଦନ୍ତ ଚଲାଇଛି l

The post ଓଲଟିଲା ପିକ-ଅପ୍ ଭ୍ୟାନ; ଜଣେ ମୃତ, ଦୁଇ ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/38PCpLS