
କଟକ: ଚୌଦ୍ୱାର ଅନ୍ତର୍ଗତ ବିରୂପା ନଦୀ ନିକଟରେ ନିର୍ମାଣ କରାଯାଉଥିବା ପ୍ରସ୍ତାବିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଜଳକ୍ରୀଡ଼ାସ୍ଥଳକୁ ଆଜି ଭୋର୍ ପ୍ରାୟ ୬.୩୦ରେ ପ୍ରମୁଖ ଜଳ ସମ୍ପଦ ସଚିବ ଶ୍ରୀମତୀ ଅନୁ ଗର୍ଗ ପରିଦର୍ଶନରେ ଯାଇଥିଲେ।
ତାଙ୍କ ସହ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର୍ ଅନୀଲ କୁମାର ସାମଲ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର୍ ଅନନ୍ୟା ଦାସ, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ମଧ୍ୟ ଉକ୍ତସ୍ଥଳ ପରିଦର୍ଶନ କରିଛନ୍ତି। ୫-ଟି ଉପକ୍ରମରେ ଏହି ଜଳକ୍ରୀଡ଼ାସ୍ଥଳ ପ୍ରସ୍ତୁତି କରୁଥିବା ଜିଲ୍ଲା ପ୍ରଶାସନକୁ ପରିଦର୍ଶକମାନେ ଖୁବ୍ ପ୍ରଶଂସା କରିଛନ୍ତି।

ଏହି ଉନ୍ନତମାନର ଜଳକ୍ରୀଡ଼ା ପରିସର ଯୋଗୁଁ ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନା ଅଞ୍ଚଳକୁ ଆହୁରି ଆକର୍ଷଣୀୟ କରିବ। କଟକ ବଡ଼ ଡାକ୍ତରଖାନା ଠାରୁ ଏହା ମାତ୍ର ୧୫ ମିନିଟ୍ର ରାସ୍ତା। ଜିଲ୍ଲା ପ୍ରଶାସନଦ୍ୱାରା ଆବିଷ୍କୃତ ଏହି ୧୦୦ ବର୍ଷର ପୁରାତନ ପ୍ରଣାଳୀ (ଚାନେଲ୍) ଏକ ଜଳାଶୟ ସହ ବିରୂପା ନଦୀକୁ ସଂଯୋଗ କରୁଛି। ୪୮ ଏକର ସରକାରୀ ଜମିରେ ଏହା ଅବସ୍ଥିତ ବୋଲି କଟକ ଜିଲ୍ଲାପାଳଙ୍କ ଟୁଇଟ୍ରୁ ଜଣାପଡ଼ିଛି।
The post ବିରୂପା ନଦୀ ନିକଟରେ ପ୍ରସ୍ତାବିତ ଜଳକ୍ରୀଡ଼ା ପରିସର ପରିଦର୍ଶନ କଲେ ଜଳସମ୍ପଦ ସଚିବ first appeared on Sambad.
from ଜିଲ୍ଲା – Sambad https://ift.tt/3hNacJG
0 Comments