ରାଉରକେଲା: ମଦ ଦୋକାନ ଚଢ଼ାଉ କରିବା ବେଳେ ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ତୀର ମାରି ଗୁରୁତର କରିଥିବା ମଦ ବେପାରୀକୁ ଗତକାଲି ରାତି ୨.୩୦ ପାଖାପାଖି ସମୟରେ ପୁଲିସ କାବୁ କରିଛି। ଆଇପିଏସ୍ ଏସ୍ ସ୍ୱାତୀ କୁମାର, ବଣାଇଁ ଉପଖଣ୍ଡ ପୁଲିସ୍ ଅଧିକାରୀ ସୌରଭ ଓଟ୍ଟା ଓ ଲହୁଣିପଡା ପୁଲିସ ଟିମ୍ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏହି ଚଢାଉ ସମୟରେ ଅଭିଯୁକ୍ତ ପୁଲିସ ଉପରକୁ ତୀର ଚାଳନା କରିଥିଲା। ତା’ପର ତୀର ମାଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା।

ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଫାଣ୍ଡି ଅଧିକାରୀ ଅଶୋକ ଟେନସା ଜିରୋ ପଏଣ୍ଟରେ ଚାଲିଥିବା ବେଆଇନ ମଦ କାରବାର ଉପରେ ଚଢ଼ାଉ କରିବାକୁ ଯାଇଥିଲେ। ଗିରଫ ଭୟରେ ଖସି ଯିବାକୁ ଯୋଜନା କରି ମଦ ବେପାରୀ ଅଧିକାରୀଙ୍କ ଉପରକୁ ତୀର ମାଡ଼ କରିଥିଲା। ତୀର ଅଧିକାରୀଙ୍କ ପିଠିରେ ଗଳି ଯିବାରୁ ସେ ବେହୋସ ହୋଇ ସେଠାରେ ପଡ଼ିଯାଇଥିଲେ। ତାଙ୍କୁ ପ୍ରଥମେ ଟେନସା ସେଲ୍ ହସ୍ପିଟାଲ ଓ ପରେ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ପ୍ରାୟ ୫ ଘଣ୍ଟା ପରେ ତାଙ୍କ ଦେହରୁ ତୀର କଢା ଯାଇଥିଲା।

The post ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼ କରିଥିବା ମଦ ବେପାରୀ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3s0tDDo