ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି।

‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସ୍‌ଟି ଏମ୍‌ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ପ୍ରାୟ ୩୦ଜଣ ଯାତ୍ରୀ ଥିବା ଏହି ବସ୍‌ଟି ଦାରିଙ୍ଗିବାଡ଼ି ଛକ ଦେଇ ଯାଉଥିବା ବେଳେ ବସ୍‌ରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର୍‌ ବସ୍‌ ଅଟକାଇ ଚିତ୍କାର କରି ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ। ତେଣୁ, ଅବିଳମ୍ବେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ପ୍ରକାଶ।

ଖବର ପାଇ ବାଲିଗୁଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜ୍ୱଳନ୍ତ ବସ୍‌ରୁ ନିଆଁ ଲିଭାଇଥିଲେ।

ବସ୍‌ର ଡ୍ୟାସ୍‌ବୋର୍ଡରେ ସର୍ଟସର୍କିଟ୍‌ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

The post ଦାରିଙ୍ଗିବାଡ଼ି ଛକରେ ଜଳିଗଲା ଚଳନ୍ତା ବସ୍‌; ଯାତ୍ରୀ ସୁରକ୍ଷିତ first appeared on Sambad.



from ଜିଲ୍ଲା – Sambad https://ift.tt/3bqoi2q