କଣ୍ଟାମାଳ : ଅଲଗା ଜାତିରେ ଝିଅ ବାହା ହେଲା ବୋଲି ବାସନ୍ଦ କରିଦେଲେ ଜାତିଭାଇ। ଏମିତିକି ମୃତ୍ୟୁ ପରେ ସେମାନଙ୍କ ଭୟରେ ସଂପର୍କୀୟ ବି କାନ୍ଧ ଦେବାକୁ ଆସିଲେନି। ଫଳରେ ଝିଅଜ୍ବାଇଁ ଶବକୁ ନେଇ ବିଲ ହୁଡ଼ାରେ ପୋତିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଡଙ୍ଗାଝୋଳ ଗ୍ରାମରେ। ସୂଚନା ଅନୁସାରେ ଡଙ୍ଗାଝୋଳ ଗ୍ରାମର ଉମେଶ ମହାକୁଡ଼ଙ୍କ ଏକମାତ୍ର ଝିଅ ବର୍ଷେ ତଳେ ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ସେହିଦିନ ଠାରୁ ଉମେଶ ଓ ତାଙ୍କ ସ୍ତ୍ରୀଙ୍କୁ ଜାତି ସମାଜ ବାସନ୍ଦ କରିଥିଲେ। ସେହିଦିନଠାରୁ ଉଭୟ ଝିଅ ଓ ଜ୍ୱାଇଁ ଗାଁକୁ ବି ଆସି ନଥିଲେ। ଉମେଶ ଦୀର୍ଘଦିନରୁ ବାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ। ବୁଧବାର ଦିନ ୧୧ ଟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଉମେଶଙ୍କ ସ୍ତ୍ରୀ ଓ ଝିଅ ଶବ ସତ୍କାର ପାଇଁ  ଜାତିଭାଇଙ୍କୁ ନେହୁରା ହୋଇଥିଲେ ହେଁ କେହି ରାଜି ହୋଇ ନଥିଲେ। ହାତରେ ପଇସା ପତ୍ର ନ ଥିବାରୁ ମୃତକଙ୍କ ଜ୍ୱାଇଁ ନିଜ ସମ୍ପର୍କୀୟଙ୍କ ସହାୟତାରେ ଶ୍ୱଶୁରଙ୍କ କ୍ଷେତ ହିଡରେ ଶବକୁ ପୋତି ଦେଇଥିଲେ।

The post ମରିଗଲା ମାନବିକତା : ଅଲଗା ଜାତିରେ ଝିଅ ବାହା ହେଲା ବୋଲି ବାସନ୍ଦ କରିଦେଲେ ଜାତିଭାଇ, ଜ୍ୱାଇଁ ପୋତିଲେ ଶ୍ୱଶୁରଙ୍କ ଶବ first appeared on Sambad.



from ଜିଲ୍ଲା – Sambad https://ift.tt/3pTZdAD