ଢେଙ୍କାନାଳ: ୫୩ନମ୍ବର ଜାତୀୟ ରାଜପଥ ଶାମଳ ଜଙ୍ଗଲ ପାଖରେ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଭୁବନ ଥାନା କୀର୍ତ୍ତନପୁର ଗ୍ରାମର ଶ୍ରୀକାନ୍ତ ଧୀର(୩୫)ଙ୍କ ଶବ ଆଜି ୫୩ନମ୍ବର ଜାତୀୟ ରାଜପଥ ଶାମଳ ଜଙ୍ଗଲ ପାଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର‌ଲୋକଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ପରିବାର ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ମୃତ୍ୟୁ ଦୁର୍ଘଟଣାଜନିତ କି ଏହା ଏକ ହତ୍ୟାକାଣ୍ଡ ସେନେଇ ପରିବାର ପକ୍ଷରୁ ସନ୍ଦେହ କରାଯାଇଛି।

The post ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟାକାଣ୍ଡ ନେଇ ପରିବାରର ସନ୍ଦେହ  first appeared on Sambad.



from ଜିଲ୍ଲା – Sambad https://ift.tt/2ZmtXiQ