ଅନୁଗୁଳ: କେନାଲ ପାଣିରେ ଭାସୁଛି ନବଜାତ ଶିଶୁର ମୃତ ଦେହ। ବିଳମ୍ବିତ ରାତିରେ ଅଜଣା ଲୋକ ଫିଙ୍ଗି ଦେଇଥିବା ସୂଚନା ରହିଛି। ଅନୁଗୁଳ ସହର ଅମଲାପଡ଼ାସ୍ଥିତ, ହୋଟେଲ ନମ୍ରତା ପ୍ୟାଲେସ ସମ୍ମୁଖ ବଡ଼ କେନାଲରେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବା ଜଣାପଡ଼ିଛି।

 

ସ୍ଥାନୀୟ ଲୋକେ ନବଜାତ ଶିଶୁର ମୃତ ଶରୀରଟି ପାଣିରେ ବୁଡ଼ି ରହିଥିବା ଦେଖିବାକୁ ପାଇଥିଲେ। କେହି ଅବିବାହିତା ମା ତାର ସନ୍ତାନ ଜନ୍ମ ପରେ ଫିଙ୍ଗି ଦେଇଥିବା କଥା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅଜଣା   ଯୁବକ ଯୁବତୀ ଆସି ଛୁଆଟିକୁ ଫିଙ୍ଗି ଚାଲିଯାଇଥିବା ଲୋକେ ଦେଖିଥିବା କହିଛନ୍ତି।

The post କେନାଲ ପାଣିରେ ଭାସୁଛି ନବଜାତ ଶିଶୁର ମୃତଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3anglu0