
ଝାରସୁଗୁଡ଼ା: ଝାରୁସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟନିର୍ବାହୀ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଯୋଗ ଦେଇଥିଲେ । ସେହପରି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି.ସତ୍ୟନରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ସଂଘର ଝାରସୁଗୁଡ଼ା ଜିଲ୍ଲା ସଭାପତି ଜୟନ୍ତ କୁମାର ଦିକ୍ଷୀତ୍ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଘର ପାଖାପାଖି ୧୯୦ ଜଣ ସଦସ୍ୟ ଯୋଗଦେଇଥିଲେ । ଝାରସୁଗୁଡ଼ାର ହୋଟେଲ ବିଷ୍ଣୁ ପ୍ୟାଲେସରେ ଅନୁଷ୍ଠିତ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଉପସ୍ଥିତ କର୍ମକର୍ତ୍ତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ରଖିଥିଲେ। ଶେଷରେ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ସମ୍ପାଦକ ପ୍ରଦୀପ ସୁକୁନିଆ ଧନ୍ୟବାଦ ଅର୍ପଣ କରିଥିଲେ।
The post ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ, ମୁଖ୍ୟଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ first appeared on Sambad.
from ଜିଲ୍ଲା – Sambad https://ift.tt/3sho2Ik
0 Comments