
କେନ୍ଦୁଝର : କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗର ବହୁଚର୍ଚ୍ଚିତ ଟେଣ୍ଡର ଅନିୟମିତତା ସଂପର୍କରେ ‘ସମ୍ବାଦ’ରେ ତଥ୍ୟ ପ୍ରମାଣ ସହ ଲଗାତାର ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ୨୨ଟି ରାସ୍ତାର ଟେଣ୍ଡର ରଦ୍ଦ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ନଂ-୭୨୭, ୧୭/୨/୨୧ରେ ଏହି ରାସ୍ତାଗୁଡ଼ିକ ପାଇଁ ପୁନଃ ଟେଣ୍ଡର ଆହ୍ବାନ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୨୦ ମସିହା ଡିସେମ୍ବର ୭ ତାରିଖରେ ନୋଟିସ ନଂ-୨୨୪୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୬ଟି ରାସ୍ତା କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାତ୍ର ଏହି ଟେଣ୍ଡର ପ୍ରକ୍ରିୟାରେ ଆବେଦନ କରିଥିବା ଠିକାସଂସ୍ଥାଗୁଡ଼ିକ ଜାଲ୍ ଦସ୍ତାବିଜ୍ ଦେଇ ଯୋଗ୍ୟତା ଅର୍ଜନ କରିଥିଲେ। ଏ ସଂପର୍କରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ୮ଜଣ ଠିକାଦାରଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଦସ୍ତାବିଜ୍ ଯାଞ୍ଚ ପରେ ସେଥିରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ବର୍ତ୍ତମାନ ସୁଦ୍ଧା ୨୨ଟି ରାସ୍ତା କାମର ଟେଣ୍ଡର ରଦ୍ଦ କରିବା ସହ ୧୭ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ନୂଆ ଟେଣ୍ଡର ଆହ୍ବାନ କରାଯାଇଛି।
The post ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା, ୨୨ଟି ରାସ୍ତା କାମ ପାଇଁ ନୂଆ ଟେଣ୍ଡର ଆହ୍ବାନ first appeared on Sambad.
from ଜିଲ୍ଲା – Sambad https://ift.tt/3ku93Ir
0 Comments