ନବରଙ୍ଗପୁର: ଭାରତମାଳା ପ୍ରକଳ୍ପକୁ ବିରୋଧ କରିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁନ୍ଦେଇ ସରପଞ୍ଚ ସନରାଜ ଗଣ୍ଡଙ୍କୁ ମହଙ୍ଗା ପଡ଼ିଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ଆଦେଶ ଅନୁଯାୟୀ ସରପଞ୍ଚ ଶ୍ରୀ ଗଣ୍ଡଙ୍କୁ ସରପଞ୍ଚ ପଦବିରୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ କୁନ୍ଦେଇ ପଞ୍ଚାୟତର ସରପଞ୍ଚ ଭାବେ ନାଏବ ସରପଞ୍ଚ ଦାୟିତ୍ବ ତୁଲାଇବା ନେଇ ରାଇଘର ବିଡିଓ ଚିଠି କରିଛନ୍ତି। ଭାରତମାଳା ପ୍ରକଳ୍ପକୁ ବିରୋଧ କରି କୁନ୍ଦେଇ ସରପଞ୍ଚ ଶ୍ରୀ ଗଣ୍ଡ ଉମରକୋଟ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଥିବାରୁ ଜେଲ୍‌ରେ ତାଙ୍କୁ ନିଲମ୍ବନ ପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ସୂଚନା ଦେଇଛନ୍ତି।

ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ତୁଲାଇବେ ବୋଲି ଏହି ଆଦେଶ ପତ୍ରରେ ଉଲ୍ଲେଖ କରାଯାଇଛି।

The post ଆନ୍ଦୋଳନ ପାଇଁ ସରପଞ୍ଚ ବିଦା : ଭାରତମାଳା ପ୍ରକଳ୍ପକୁ ବିରୋଧ କରିବାରୁ ନିଲମ୍ବିତ first appeared on Sambad.



from ଜିଲ୍ଲା – Sambad https://ift.tt/3r0aH77