ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ନିକଟରେ କାର୍ ସହ ଗଞ୍ଜେଇ ଜବତ କରାଯାଇଛି। ଏଥି ସହ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ମଇଦଲପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ ଜଳଖିଆ ଦୋକାନରେ କାରଟି ରଖି ୨ଘଣ୍ଟା ସମୟ ପର୍ଯ୍ୟନ୍ତ କାର ଚାଳକ ବୁଲାବୁଲି କରୁଥିଲା।

ପୁଲିସ ସନ୍ଦେହ କରି କାରଟିକୁ ଯାଞ୍ଚ କରିଥିଲେ। କାର୍ ଯାଞ୍ଚ ବେଳେ ପଛ ଡିକିରୁ ଗଞ୍ଜେଇ ବାହାରିଥିଲା। ପୁଲିସ ତୁରନ୍ତ କାର ଡ୍ରାଇଭରକୁ କାବୁ କରି ଗିରଫ କରିବା ସହ କାର ଟିକୁ ଜବତ କରିଛି। କାରଟି ଗଞ୍ଜେଇ ନେଇ ନବରଙ୍ଗପୁର ଠାରୁ ଝାଡ଼ଖଣ୍ଡ ଯାଉଥିବା ସୂଚନା ମିଳିଛି।

The post କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3q1s2Mn