
କୋରାପୁଟ: ଗଞ୍ଜେଇ ଚାଲାଣ ଉପରେ ଓଡ଼ିଶା ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ୍ ଡିଜି ଅଭୟ କହିଛନ୍ତି। ଆର୍ମଡ଼ ପୁଲିସ ଫୋର୍ସର ଉଦଘାଟନ ସମୋରୋହରେ ଯୋଗ ଦେଇ ପୁଲିସ୍ ଡିଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଦକ୍ଷିଣ ଓଡ଼ିଶାର ଛଅଟି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ଗିରଫଦାରୀର ସଂଖ୍ୟା ବଢ଼ିବା ସହ ଅଧିକସଂଖ୍ୟକ ଗାଡ଼ି ମଧ୍ୟ ଜବତ ହୋଇଛି। ସିଜର ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି ବି ସେ କହିଛନ୍ତି।
ପୁଲିସ୍ ଡିଜି ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ପୁଲିସ ଚଳିତ ବର୍ଷ ମାଓ ଗତିବିଧି ଉପରେ ରୋକ ଲଗାଇଛି। ଛଅଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଆସନ୍ତା ବର୍ଷ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ମାଓ ଗତିବିଧି ଓ ଗଞ୍ଜେଇ ଚୋରା ଚାଲାଣ ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
The post ଛଅଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି: ପୁଲିସ୍ ଡିଜି first appeared on Sambad.
from ଜିଲ୍ଲା – Sambad https://ift.tt/3jruyZJ
0 Comments