ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଫେବ୍ରୁଆରି ୧୮ ତାରିଖ ରାତିରେ  ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରୁ ସରସ୍ବତୀ ପୂଜା କାର୍ଯ୍ୟକ୍ରମ ସାରି ଟ୍ରାକ୍ଟରରେ ବାଗବୁଡ଼ା ଫେରୁଥିଲେ ଢାବୁକ୍‌(ଧୁମ୍‌ସା) ନୃତ୍ୟ ଦଳର ସଦସ୍ୟ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ଢିପାସାହି ନିକଟରେ  ଓଲଟିଲା ଟ୍ରାକ୍ଟର। ରାସ୍ତାରୁ ପ୍ରାୟ ୧୫ ଫୁଟ ତଳେ ଥିବା ବିଲକୁ ଟ୍ରାକ୍ଟର ଓଲଟିବା ଫଳରେ ୪ ଜଣଙ୍କର ଘଟଣାସ୍ଥଳରେ  ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।  ମୃତକଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁ ସମେତ ଜଣେ ମହିଳା ଅଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିବ ସହାୟତା first appeared on Sambad.



from ଜିଲ୍ଲା – Sambad https://ift.tt/3ucAN8T