ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଭିନ୍ନ ଜାଗାରେ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି। ଏହିକ୍ରମରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଗୁଡ଼ଭେଲା ବ୍ଲକର ଜାମୁଟ ହାଇସ୍କୁଲ, ସଇନ୍ତଳାର କନ୍ୟାଶ୍ରମ ଏବଂ ଟିଟିଲାଗଡ଼ର ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି। ଅନ୍ୟ ଦୁଇ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଥିବାବେଳେ ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବାର କାରଣ ଟିକିଏ ଅଲଗା।

ସୂଚନା ଅନୁସାରେ, ଧବଳେଶ୍ବର ହାଇସ୍କୁଲ୍‌ରେ ଶିକ୍ଷା ଗ୍ରହଣ କରିଥିଲେ ମନ୍ତ୍ରୀଙ୍କ ଦିବଂଗତ ସ୍ୱାମୀ ଅଭିମନ୍ୟୁ ସାହୁ। ତେଣୁ ସ୍ୱାମୀଙ୍କ ରାଜନୈତିକ ଦାୟିତ୍ୱ ସମ୍ଭାଳିଥିବାରୁ ସାମାଜିକ ଦାୟିତ୍ୱକୁ ବି ମୁଣ୍ଡାଇ ଧବଳେଶ୍ୱର ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀମତୀ ସାହୁ। ଆନୁଷଙ୍ଗିକ ସୁବିଧାସୁଯୋଗ, ଶୈକ୍ଷିକ ବାତାବରଣ ଆଣିବା ସହିତ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ମନ୍ତ୍ରୀ।

The post ସ୍ୱାମୀଙ୍କ ଋଣ ଶୁଝିବେ ମନ୍ତ୍ରୀ ଟୁକୁନୀ first appeared on Sambad.



from ଜିଲ୍ଲା – Sambad https://ift.tt/2OuSe4d