ଖଡ଼ିଆଳ: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା ଇନୋଭା କାର୍। ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା ଇଚ୍ଛାପୁର ଗାଁର ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟ ରାତ୍ରିରେ ଝୋଲପଥର ଗାଁରୁ ବିବାହ ଭୋଜି ଖାଇ ଫେରୁଥିବା ସମୟରେ ପଛପଟେ ଟ୍ରକକୁ ପିଟିବାରୁ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।
The post ଖଡ଼ିଆଳରେ ସଡ଼କ ଦୁର୍ଘଟଣା: ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ପିଟିଲା ଇନୋଭା, ଜଣେ ମୃତ, ୪ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3rCb5IE
0 Comments