
କଟକ: କଟକ ଚଉଳିଆଗଞ୍ଜ ଥାନା ଅର୍ନ୍ତଗତ ଗତିରାଉତ ପାଟଣାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଅଟୋକୁ ଧକ୍କା ଦେଲା ବସ। ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଅଟୋ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଏସ୍ସିବି ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି।
ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ ଏକ ଘଣ୍ଟା ଧରି ରାସ୍ତାରୋକ କରି ଗାଡ଼ିର ଗତି କମାଇବା ସହ ରାସ୍ତାରେ ହମ୍ପସ କରିବାକୁ ଦାବି କରିଛନ୍ତି।
The post ଗତିରାଉତପାଟଣାରେ ଅଟୋକୁ ଧକ୍କା ଦେଲା ବସ୍; ଜଣେ ମୃତ, ୩ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3bJbOSd
0 Comments