
ଛେଣ୍ଡିପଦା: ଆଜି ସକାଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗଡ଼ମଣ୍ଡଳ ଛକ ପାଖ ରାସ୍ତାକଡ଼ରେ ଥିବା ଗୋଟାଏ ବିଲାତି ଚାକୁଣ୍ଡା ଗଛରେ ଏକ ସ୍କୁଟର୍ ଧକ୍କା ଖାଇବାରୁ ସ୍କୁଟର୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮. ୩୦ ମିନିଟ୍ ସମୟରେ ପାତ୍ରପଡ଼ା ଗ୍ରାମର ୪୦ ବର୍ଷିୟ ପ୍ରସନ୍ନ କୁମାର ସାହୁ ସ୍କୁଟର୍ ଚଳାଇ ବାଗେଡ଼ିଆ ଅଭିମୁଖେ ଯାଉଥିଲେ। କୌଣସି କାରଣରୁ ସ୍କୁଟର୍ଟି ତାଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାପାର୍ଶ୍ୱରେ ଥିବା ବିଲାତି ଚାକୁଣ୍ଡା ଗଛରେ ଧକ୍କା ଖାଇବାରୁ ସେ ଭୀଷଣ ଆଘାତ ପାଇ ସେଠାରେ ପଡ଼ିଯାଇଥିଲେ। ପରେ ପରେ ସ୍ଥାନୀୟ ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ୍ରେ ନେଇ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
କିନ୍ତୁ, ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ପ୍ରସନ୍ନଙ୍କ ଶବ ଜବତ କରିଛି।
The post ଚାକୁଣ୍ଡା ଗଛରେ ସ୍କୁଟର୍ ଧକ୍କା ଖାଇବାରୁ ଚାଳକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3q0RlgW
0 Comments