ରାଉରକେଲା: ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ। ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବା ସହ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ୧୯୮୪ ମସିହାରେ ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବି.ଟେକ ପାସ କରିଥିଲେ ସୋମା ମଣ୍ଡଳ। ସେଲରେ ଯୋଗଦାନ କରିବା ପୂର୍ବରୁ ୨୦୧୪ ମାର୍ଚ୍ଚରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ୩ ବର୍ଷ ଧରି ନାଲକୋରେ ଡାଇରେକ୍ଟର (କମର୍ସିଆଲ) ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ।

ଗତ ଜାନୁଆରୀ ୧ ତାରିଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ରାଉରକେଲା ଗସ୍ତ। ସମ୍ପ୍ରତି ଉତ୍ପାଦନ, ଉତ୍ପାଦକତା ଓ ଲାଭାର୍ଜନ କ୍ଷେତ୍ରରେ ରାଉରକେଲା ଇସ୍ପାତ କାରଖାନାର ଦ୍ରୁତ ଅଭିବୃଦ୍ଧି ହୋଇ ଚାଲିଛି। ସେଲ ଅଧ୍ୟକ୍ଷାଙ୍କ ଏହି ଦୁଇ ଦିନିଆ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

The post ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ first appeared on Sambad.



from ଜିଲ୍ଲା – Sambad https://ift.tt/3ja3LB7