ବାଲେଶ୍ଵର: କିଛିଦିନ ତଳେ ଆକ୍ରମଣର ଶିକାର ହୋଇ ଜିଲ୍ଲାପାଳଙ୍କୁ ଭେଟିଥିବା ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ପୁଣି ଥରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ଆକ୍ରମଣ ଯୋଗୁଁ ଜଣେ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଖବରପାଇ ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି।

ସୂଚନା ମୁତାବକ, ସୋମବାର ରାତି ପାଖାପାଖି ୧୧ଟା ସମୟରେ କିଛି ଡାକ୍ତରୀ ଛାତ୍ର ହସ୍ପିଟାଲରୁ ହଷ୍ଟେଲକୁ ଫେରୁଥିଲେ। ତେବେ ସେମାନେ ମେଡିକାଲ କଲେଜ ମୁଖ୍ୟ ଫାଟକ ଆଡ଼କୁ ଯାଉଥିବା ସମୟରେ କିଛି ଅସାମାଜିକ ଯୁବକ ଏକ କାରରେ ପିଛା କରିଥିଲେ। ଆଉ ଛାତ୍ରଙ୍କ ଉପରେ କାର ଚଢ଼ାଇଦେବାକୁ ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ଏହି ସମୟରେ ଜଣେ ବାଇକ୍ ଚାଳକ ଆଗକୁ ଆସିଯାଇଥିଲେ। ଫଳରେ କାରଟି ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ବାଇକ ଚାଳକଜଣଙ୍କ ଆହତ ହୋଇଥିବା ବେଳେ ଅଳ୍ପକେ ଏକ ବଡ଼ ଅଘଟଣରୁ ଛାତ୍ରମାନେ ବର୍ତ୍ତି ଯାଇଥିଲେ। ଖବରପାଇ ରେମୁଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଜାରି ରଖିଛି।

The post ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ, ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/39CsryX