
ବିଶ୍ରା : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ନୟାବସ୍ତିରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପତ୍ନୀ ଓ ପିଲାମାନଙ୍କୁ ଘରେ ତାଲା ପକାଇ ଘରେ ନିଆଁ ଲଗାଇଥିଲେ। ତେବେ, ଅଗ୍ନିଶମ ବାହିନୀ ସହାୟତାରେ ସାହି ବାସିନ୍ଦା ଉଦ୍ଧାର ପରେ ସେମାନେ ରକ୍ଷା ପାଇଛନ୍ତି।
ସୂଚନାନୁସାରେ, ବିଶ୍ରା ସହରର ନୟାବସ୍ତିରେ ମାକସୁଦ ଆଲାମ ନାମକ ଜଣେ ବ୍ୟକ୍ତି ଗତକାଲି ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ଉନ୍ଜାନ ବାନୋ ଓ ଦୁଇ ପିଲାଙ୍କୁ ଘରେ ତାଲା ପକାଇଦେଇଥିଲେ। ଏହାପରେ ଘରେ ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ ସମୟରେ ନିଆଁ ଘରର ଚାରିଆଡେ ବ୍ୟାପି ଯାଇଥିଲା। ଉନ୍ଜାନ ବାନୋ ଓ ପିଲାମାନେ ସାହାଯ୍ୟ ପାଇଁ ଜୋରରେ ପାଟି କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଆସି ଘରର କବାଟ ଭାଙ୍ଗି ସେମାନଙ୍କୁ ଘରୁ ବାହାର କରିଥିଲେ। ଏହାପରେ ସାହି ବାସିନ୍ଦା ପାଣିରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରି ନଥିଲେ । ଏହାପରେ ବିଶ୍ରା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।
The post ପତ୍ନୀ, ପିଲାଙ୍କୁ ଘରେ ତାଲା ପକାଇ ନିଆଁ ଲଗାଇଲେ first appeared on Sambad.
from ଜିଲ୍ଲା – Sambad https://ift.tt/3bHIs6I
0 Comments