
ବ୍ରହ୍ମପୁର/ପାତ୍ରପୁର : ଆସନ୍ତା ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ। ଆଜି ପ୍ରଚାର ଶେଷ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ପରେ କୁଲାଡ଼ିବାସୀ ଭୋଟ୍ ଦେବେନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତରେ ସୀମାନ୍ତ ଅଞ୍ଚଳବାସୀ ଯେଭଳି ଆନ୍ଧ୍ରରେ ଭୋଟ ନ ଦେବେ ସେଥିଲାଗି ଗଞ୍ଜାମ ପ୍ରଶାସନ ଉଦ୍ୟମ ଚଳାଇଛି। ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକ ଓ ପାତ୍ରପୁର ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ ଆନ୍ଧ୍ର ସୀମାନ୍ତ ଗ୍ରାମ ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର କୁଲାଡ଼ି ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଆନ୍ଧ୍ର ଭୋଟରେ ଅଂଶ ଗ୍ରହଣ ନ କରିବା ଲାଗି ବୁଝାଇଥିଲେ। ଓଡ଼ିଶାର ସବୁ ସୁବିଧା ପାଉଛୁ ଆନ୍ଧ୍ର ଭୋଟରେ ଅଂଶଗ୍ରହଣ କରିବୁ ନାହିଁ ବୋଲି କୁଲାଡ଼ି ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
The post କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବୁନି first appeared on Sambad.
from ଜିଲ୍ଲା – Sambad https://ift.tt/2LOfrgQ
0 Comments