
ବ୍ରହ୍ମପୁର, : ଏହା ଭିତରେ ୪ ଶହରୁ ଅଧିକ ଓଡ଼ିଆ ପିଲା ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍କୁଲରେ ନାମ ଲେଖାଇ ସାରିଲେଣି। ଏ ସଂକ୍ରାନ୍ତରେ ‘ସମ୍ବାଦରେ ଖବର ପ୍ରକାଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚେତିଛି। ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଆଜି ପାତ୍ରପୁର ଯାଇ ତଦନ୍ତ କରିଛନ୍ତି। ଆନ୍ଧ୍ରର କେଉଁ ସ୍କୁଲରେ ଗଞ୍ଜାମର କେତେ ପିଲା ନାମ ଲେଖାଇଛନ୍ତି, ଆନ୍ଧ୍ର ସ୍କୁଲରେ କେଉଁ ଯୋଜନାରେ କି କି ସୁବିଧା ମିଳୁଛି, କାହିଁକି ପିଲାମାନେ ଆନ୍ଧ୍ର ସ୍କୁଲମୁହାଁ ହେଉଛନ୍ତି, ଏ ସବୁର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ପାତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୪୮ଘଣ୍ଟା ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।
The post ଆନ୍ଧ୍ର ସ୍କୁଲମୁହାଁ ଓଡ଼ିଶା ପିଲା ପ୍ରସଙ୍ଗ: ପ୍ରଶାସନର ତନାଘନା first appeared on Sambad.
from ଜିଲ୍ଲା – Sambad https://ift.tt/3tTeiWy
0 Comments