ପୁରୀ: ବୁଧବାର ପୂର୍ବାହ୍ନରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ସଂକ୍ରାନ୍ତ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆରମ୍ଭ ହୋଇଛି।

ନୀଳାଦ୍ରି ଭକ୍ତ ନିବାସରେ ସକାଳ ୯ଟାରେ ଆରମ୍ଭ ହୋଇଥିବା ଏହି ଜନ ଶୁଣାଣିରେ ଅଧ୍ୟକ୍ଷତା କରୁଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ। ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ କାରଣରୁ ବାସେଳୀ ସାହିର ୨ ଓ ୩, ମଣିକର୍ଣ୍ଣିକା ସାହିର ୪ ଓ ୯, କାଳିକାଦେବୀ ସାହିର ୧୨, ଦୋଳମଣ୍ଡପ ସାହିର ୧୫ ଓ ଚୂଡ଼ାଙ୍ଗ ସାହିର ନମ୍ବର ଓ୍ଵାର୍ଡବାସିନ୍ଦାମାନେ ପ୍ରଭାବିତ ହୋଇଛନ୍ତି। ଉପରୋକ୍ତ ସାହିଗଡ଼ିକର ଜମି ହରାଉଥିବା ବାସିନ୍ଦାମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଏହି ଜନ ଶୁଣାଣି କରୁଛି।

ଐତିହ୍ୟ କରିଡର୍‌ ନିମନ୍ତେ ପ୍ରାୟ ୯୦% ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ବାକି ଜମି ବିବାଦୀୟ ଅବସ୍ଥାରେ ରହିଛି। ଜନ ଶୁଣାଣି କରି ସମ୍ପୃକ୍ତ ଜମି ସବୁ ତୁରନ୍ତ ଅଧିଗ୍ରହଣ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି।

The post ଚାଲିଛି ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ସଂକ୍ରାନ୍ତ ଜନ ଶୁଣାଣି first appeared on Sambad.



from ଜିଲ୍ଲା – Sambad https://ift.tt/3tL4Tju