
ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାଉରକେଲା ସହର ଅନ୍ତର୍ଗତ ଡିଏଭି ଲେନ୍ରେ ଜଣେ ହୋଟେଲ ବ୍ୟବସାୟୀ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି।
ମୃତ ହୋଟେଲ୍ ବ୍ୟବସାୟୀଜଣକ ହେଉଛନ୍ତି ସହରର ସୁପରିଚିତ ‘ବସେରା ହୋଟେଲ୍’ର ମାଲିକ ସଜ୍ଜନ ମିତ୍ତଲ୍। ସବୁଦିନ ଭଳି ନିଜର କାର୍ଯ୍ୟ ଶେଷ କରି ଗତରାତିରେ ମଧ୍ୟ ଶ୍ରୀ ମିତ୍ତଲ୍ ଘରକୁ ଫେରୁଥିଲେ। ଘର ସାମ୍ନାରେ ପହଞ୍ଚିବାକ୍ଷଣି ପୂର୍ବରୁ ପ୍ରସ୍ତୁତ ହୋଇ ଛକିଥିବା ଦୁର୍ବୃତ୍ତମାନେ ଅଚାନକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ମିତ୍ତଲ୍ ସେଠରେ ପଡ଼ିଯାଇଥିଲେ।

ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ‘ଆଇଜିଏଜ୍’ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ରାତ୍ର ପ୍ରାୟ ୩ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ମିତ୍ତଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ଆଘାତ ଗୁଳି ଚୋଟଜନିତ କି, ଧାରୁଆ ଅସ୍ତ୍ରଜନିତ ତାହା ପୁଲିସ ତଦନ୍ତ କରୁଛି।
ବାସ୍ତବ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଏହି ଆକ୍ରମଣ ସଙ୍ଗଠିତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
ପ୍ଲାଣ୍ଟ୍ ସାଇଟ୍ ପୁଲିସ ମିତ୍ତଲଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ରାଉରକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ହୋଟେଲ୍ ମାଲିକଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3aPAwQq
0 Comments