ଖଜୁରିଆକଟା: .ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନହିନ୍ଦୋଳ ଗ୍ରାମର ମାୟାଧର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରେଣୁବାଳା ପ୍ରଧାନ ଆଜିକୁ ୧୫ ବର୍ଷ ତଳେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଦୁ୍ଃଖର ବିଷୟ ୨ଟି ଛୁଆଙ୍କୁ ଅନାଥ କରି ଉଭୟେ ଚାଲିଗଲେ। ପୁଅ ବବଲୁ ୧୭ ଓ ଝିଅ ପୂଜା ୨୧। ବାପାମାଆଙ୍କ ମୃତ୍ୟୁ ବେଳକୁ ପୁଅର ବୟସ ୨ ଓ ଝିଅର ବୟସ ୪। ସେହିଦିନ ଠାରୁ ପାଖପଡ଼ୋଶୀଙ୍କ ସହାୟତାରେ ପିଲାଦୁଇଟି ଜୀବନ ସଂଗ୍ରାମରେ ଆଗକୁ ବଢିଚାଲିଛନ୍ତି। ଦୁର୍ଭାଗ୍ୟକୁ ଝିଅଟି ଦିବ୍ୟାଙ୍ଗ ନା କଥା କହିପାରୁଛି ନା ପାଟି ଖୋଲି କିଛି କହିପାରୁଛି ।
ଏଭଳିସ୍ଥଳେ ସରକାରଙ୍କ ତରଫରୁ ପାଉଥିବା ଭତ୍ତା ୫୦୦ ରୁ ଆଜିଯାଏଁ ୭୦୦ ଟଙ୍କା ହୋଇପାରୁନି। ବାରମ୍ବାର ପଂଚାୟତରେ କାଗଜପତ୍ର ଦେଲେ ମଧ୍ୟ ଆଜିଯାଏଁ ଉପଯୁକ୍ତ ଭତ୍ତା ମିଳିପାରୁନାହିଁ । ଅନ୍ତୋଦୟ ଯୋଜନାରେ ମିଳୁଥିବା ୩୫ କିଗ୍ରା ଚାଉଳ ହିଁ ଏକମାତ୍ର ଭରସା। ବବଲୁ ବହୁକଷ୍ଟରେ ଦଶମ ଶ୍ରେଣୀ ଯାଏଁ ପାଠପଢିଥିବା ବେଳେ ଆଗ୍ରହ ଥିଲେ ବି ଆଗକୁ ପଢିପାରୁନି। ସଂପତ୍ତି କହିଲେ କେବଳ ବରଡ଼ା ଛପର ଘର ଖଣ୍ଡିଏ ।
ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କ ପାଇଁ ସାତସପନ। ରଂଜାଗୋଳ ପଂଚାୟତରେ ପକ୍କାଘର ଥାଇ ବି ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର, ମୋ କୁଡ଼ିଆ ଆଦି ପାଉଥିବା ବେଳେ ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଏଭଳି ସ୍ଥିତି ଯେ ଦୀର୍ଘ ଦିନ ଧରି ବରଡ଼ାଛପର ଘରଖଣ୍ଡିକ ସଜାଡ଼ି ପାରୁନାହାନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
The post ଭାଇ ଓ ଦିବ୍ୟାଙ୍ଗ ଭଉଣୀଙ୍କ ଦାରିଦ୍ର୍ୟର କରୁଣ କାହାଣୀ first appeared on Sambad.
from ଜିଲ୍ଲା – Sambad https://ift.tt/3b9lwgb
0 Comments