ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଗନଈ ନିକଟରେ ଗତ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଯୁବକ ପ୍ରାଣ ହରାଇଛନ୍ତି। ବାଇକରେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି।

ମୃତକ ଦୁଇଜଣ ହେଲେ ଖଣ୍ତାପଡ଼ା ଥାନା ବେଦୀପୁରର ସୁବ୍ରତ ସ(୩୦) ଓ ଧରଣୀପୁରର ମନୋଜ ମହାଳିକ(୨୭)। ମୃତକ ଦୁଇଜଣ ଉଭୟ ପରିବାରର ଏକମାତ୍ର ସନ୍ତାନ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ମୃତ୍ୟୁରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

The post ବାଇକରେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ ଦୁଇ ଯୁବକ first appeared on Sambad.



from ଜିଲ୍ଲା – Sambad https://ift.tt/3b5Ouh1