ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ ପଡିଥବାର ଦେଖିଥିଲେ ଓ ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର  ବୋମା, ୧ଟି ଟିଫିନ ବୋମା ,କିଛି ପ୍ରେଗନେସି କିଟ,ମେଡ଼ିସିନ,ବେଲ୍ଟ,ଡ୍ରେସ ସାବୁନ ମିଳିଥିଲା।

ତୁରନ୍ତ ସେଠାରେ ବିଏସଏଫର ବୋମା ନିରୋଧକ ସ୍କ୍ୱାର୍ଡ ଆସି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ । ସୂଚନା ଅନୁଯାୟୀ କିଛି ଦିନ ଧରି ସ୍ଵଭିମାନ ଅଞ୍ଚଳରେ ବିଏସଏଫ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ଏହି ପ୍ରେସର ବୋମା ବିଏସଏଫ ଯବାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ମିଳିଛି। କିନ୍ତୁ ଯବାନଙ୍କ ସାହାସ ଓ ଚତୁରତା ଯୋଗୁଁ ବାରମ୍ବାର ମାଓବାଦୀ ବିଫଳ ହେଉଛନ୍ତି |

The post ମାଲକାନଗିରି କଦଳିବନ୍ଧାରେ ବିପୁଳ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ  first appeared on Sambad.



from ଜିଲ୍ଲା – Sambad https://ift.tt/2NVAkHG