
କେନ୍ଦ୍ରାପଡ଼ା: ସାରଥୀ ସତ୍ସଙ୍ଗ ଆୟୋଜନ ମହଙ୍ଗା ପଡ଼ିଲା। କାର୍ଯ୍ୟକ୍ରମ ଅଧାରୁ ଆୟୋଜକଙ୍କୁ ଉଠାଇ ନେଲା ପୁଲିସ। ଗତକାଲି ରାତିରେ କେନ୍ଦ୍ରାପଡ଼ା ସହର ମଢ଼ିଆଳରେ ଘଟିଥିବା ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଏହି ଘଟଣାରେ ଆୟୋଜକ ମଢ଼ିଆଳର ମନୋଜ ଭଗତଙ୍କୁ ଅଟକ ରଖି, ପରେ ସିଆରପିସି-୪୧ରେ ନୋଟିସ୍ ଦେଇ ଛାଡ଼ିଥିବା ତଦନ୍ତ ଅଧିକାରୀ ଏସ୍ଆଇ କାଦମ୍ବିନୀ ପରିଡ଼ା ସୂଚନା ଦେଇଛନ୍ତି।
ଉଲ୍ଲେଖଥାଉକି’ ସାରଥୀ ସତସ˚ଗ ଆୟୋଜନ କରିବା କିମ୍ବା ସର୍ବସାଧାରଣରେ ପ୍ରବଚନ ଦେବା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଏହି ସର୍ତ୍ତ ଆଧାରରେ ଅଦାଲତ ତାଙ୍କୁ ଜାମିନ୍ ଦେଇଥିବା ବେଳେ ଏପଟେ କିନ୍ତୁ ଭକ୍ତ ମାନେ ତାଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିବା ସହିତ କୀର୍ତ୍ତନ, ସତସ˚ଗ କାର୍ଯ୍ୟକ୍ରମ ଆରମ୍ଭ କରି ଦେଲେଣି। ସୋମବାର ସ˚ଧୢାରେ ମଢ଼ିଆଳସ୍ଥିତ ମନୋଜଙ୍କ ଘର ବାରିପଟେ ସାରଥୀଙ୍କ ନାଁରେ ସତସ˚ଗ ଆୟୋଜନ କରାଯାଇଥିଲା।
ପାଖାପାଖି ଶହେରୁ ଅଧିକ ଭକ୍ତ ଏକାଠି ହୋଇଥିଲେ। ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା। ସାରଥୀଙ୍କ ବଡ଼ ଫଟୋକୁ ବିବାହ ଉତ୍ସବରେ ବର ବସୁଥିବା ସୁସଜ୍ଜିତ ଚେୟାର୍ରେ ରଖାଯାଇ ଫୁଲ ସହ ଧୂପ, ଦୀପ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା। ହାରମୋନିୟମ୍ର ଧୁନ୍ ସା˚ଗକୁ ତବଲା ନାଦ ଆଉ ଭଜନର ତାଳେ ତାଳେ ଉଭୟ ପୁରୁଷ ଓ ମହିଳା ଭକ୍ତ ମାନେ ଉପରକୁ ହାତ ଟେକି ନାଚୁଥିଲେ। ଠିକ୍ ଏତିକି ବେଳେ ପୁଲିସ ଅତର୍କିତ ଚଢ଼ଉ କରିବାରୁ ସବୁ ଯୋଜନା ଫସର ଫାଟି ଯାଇଥିଲା। ପୁଲିସକୁ ଦେଖି ଭକ୍ତ ମାନେ ଘଟଣାସ୍ଥଳରୁ ଛତ୍ରଭ˚ଗ ଦେଇଥିବା ବେଳେ ଆୟୋଜକ ମନୋଜଙ୍କୁ ଥାନାରେ ଅଟକ ରଖାଯାଇଥିଲା। ବିନା ଅନୁମତିରେ ଶତାଧିକ ଲୋକଙ୍କୁ ଏକାଠି କରିଥିବାରୁ ଏଏସ୍ଆଇ ଶରତ କୁମାର ବାରିକଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ କୋଭିଡ୍ ଓ ଲାଉଡ୍ ସ୍ପିକର୍ ଆଇନ ଉଲ୍ଲ˚ଘନ କରିଥିବା ନେଇ ମାମଲା(କେସ୍ ନ˚-୨୩/୨୧, ଦଫା ୨୬୯, ୨୭୦ ଏବ˚ ବିପର୍ଯ୍ୟୟ ପ୍ରଶମନ ଓ ମହମାରୀ ଆଇନ) ରୁଜୁ ହୋଇଛି।
The post କେନ୍ଦ୍ରାପଡ଼ାରେ ପୁଣି ସାରଥି ସତ୍ସଙ୍ଗ; ମଢ଼ିଆଳରେ ପୁଲିସ ଚଢ଼ାଉ; ଭକ୍ତଙ୍କ ଛତ୍ରଭ˚ଗ first appeared on Sambad.
from ଜିଲ୍ଲା – Sambad https://ift.tt/36Z2dFg
0 Comments