
ରାୟଗଡ଼ା : ଗୁଣପୁର ବ୍ଲକର ମରମା ପଞ୍ଚାୟତରେ ଆନ୍ଧ୍ରର ରାସ୍ତା ନିର୍ମାଣ କାମକୁ ପ୍ରଶାସନ ବନ୍ଦ ରଖିବା ସହ ସୀମା ନିର୍ଧାରଣ କରି ସୂଚନା ଫଳକ ଲଗାଇଛି। ଓଡ଼ିଶା ସୀମାରେ ଅନୁପ୍ରବେଶ ରୋକିବାକୁ ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗତକାଲି ନିର୍ଦେଶ ଦେଇଥିଲେ। ଗୁଣପୁର ଉପଖଣ୍ଡ ପ୍ରଶାସନ ଆଜି ତ୍ବରିତ ଭାବେ ଏହାକୁ କାର୍ଯ୍ୟକାରୀ କରିଛି। ସୂଚନା ଫଳକ ଲାଗିବା ପରେ ଏଣିକି ସୀମାରେ ଆନ୍ଧ୍ରର ଅନୁପ୍ରବେଶ ସହ ଜବରଦଖଲ କମିବ ବୋଲି ସୀମାନ୍ତବାସୀ ଆଶା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗୁଣପୁର ବ୍ଲକ୍ ମରମା ପଞ୍ଚାୟତରୁ ୨କିମି ଦୂର ଓଡ଼ିଶା ସୀମାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବେଆଇନ ଭାବେ ରାସ୍ତା ନିର୍ମାଣ କାମ ଚାଲିଥିଲା। ଗତ ଏକ ମାସ ଧରି ଆନ୍ଧ୍ରର ଭାମିନି ମଣ୍ଡଳର ଆନ୍ତର୍ଜଲିରୁ ଇରିଡି ଘାଟି ଦେଇ ଗୁଜୁବାଇ ଓ ମୁନିଙ୍ଗଖୋଳା ଗ୍ରାମ ଅଭିମୁଖେ ଏହି ରାସ୍ତା ନିର୍ମାଣ ହେଉଥିଲା।
The post ଆନ୍ଧ୍ରର ନିର୍ମାଣ କାମ ବନ୍ଦ, ଫଳକ ଲାଗିଲା first appeared on Sambad.
from ଜିଲ୍ଲା – Sambad https://ift.tt/3bCaPTJ
0 Comments