
କୋରାପୁଟ : କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଞ୍ଚାୟତରେ ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପ୍ରଶାସନ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ପଦକ୍ଷେପ ସ୍ବରୂପ ପ୍ରତି ଘର ଘର ବୁଲି ସମସ୍ତ ଗ୍ରାମରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଠାରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୂଚନା ଅନୁସାରେ, ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ଘର ଘର ବୁଲିବେ। ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଶିଶୁର ସ୍ବାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ ନିମନ୍ତେ ସଚେତନତା ସୃଷ୍ଟି କରିବେ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ତଥ୍ୟ ସଂଗ୍ରହ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।
The post କୋଟିଆରେ ସର୍ଭେ ପାଇଁ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍ first appeared on Sambad.
from ଜିଲ୍ଲା – Sambad https://ift.tt/3qUBWjj
0 Comments