
ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ତଳ କୋର୍ଟରେ ଆତ୍ମସମର୍ପଣ କରିବା ସହ ଜାମିନ ପାଇଁ ଆବେଦନ କରିଥିବା ଜଣାଯାଇଛି।
ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଗତ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏସଆଇ ବିମଳ କର ଓ ମଧ୍ୟସ୍ଥି ସନ୍ତୋଷ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏନେଇ ଭିଜିଲାନ୍ସରେ ୧୯/୨୦ରେ ମାମଲା ରୁଜୁ କରାଯାଇ ୧୬୪ ଧାରାରେ ରେକର୍ଡ ବୟାନ ହୋଇଥିଲା। ଏଥିରେ ସରୋଜିନୀଙ୍କ ନାମ ଆସିଥିଲା। ଜୁଲାଇ ମାସରୁ ସରୋଜିନୀ ଛୁଟିରେ ଥିବା ବେଳେ ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇ ନିଜ ସପକ୍ଷରେ ସମସ୍ତ କାଗଜପତ୍ର ଦାଖଲ କରିଥିବା ଜଣାପଡ଼ିଛି।
The post ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଫେରାର ଥିବା ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ସରୋଜିନୀ ନାୟକ first appeared on Sambad.
from ଜିଲ୍ଲା – Sambad https://ift.tt/39ERl1d
0 Comments