ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରେ ଥିବା କେଲୁଆ ବ୍ରିଜ୍ ଫାଟକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ ନୁଆପେଣ୍ଠ ଗ୍ରାମର ଶରତ ପାଣିଗ୍ରାହୀଙ୍କ ପୁତ୍ର ସୁନୀଲ (୨୫) ବୋଲି ସୂଚନା ରହିଛି।
ପ୍ରାପ୍ତ ସୂଚନାରୁ ଜଣାଯାଏ ଗ୍ରାମରୁ ସୁନୀଲ୍ ସ୍କୁଟି ଯୋଗେ ଚିକିଟି ଅଭିମୁଖେ ଯାଉଥିବା ବେଳେ କେଲୁଆ ଫାଟକ ନିକଟରେ ଟିପ୍ପର ସହ ଧକ୍କା ହୋଇଥିଲା। ଏହାଫଳରେ ଟିପ୍ପର୍ ଚକା ସୁନୀଲଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ୍ ମୁତୟନ ହୋଇଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ସୁନୀଲଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି
The post ଜରଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୁଣ୍ଡ ଉପରେ ଟିପ୍ପର୍ ଚକା ଚଢ଼ିଯିବାରୁ ଯୁବକଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/36wMSeI
0 Comments