କଟକ: ଖାନନଗରରେ ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର କାମ ଆରମ୍ଭ ହୋଇଛି। ମହାନଗର ନିଗମର ବିଶ୍ବନାଥ କେନ୍ଦ୍ରୀୟ ପାଠାଗାର ଓ ସିଏମସି କେନ୍ଦ୍ରୀୟ ଚାରା ଉଦ୍ୟାନକୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହୋଇଛି। ନିଗମର ଚାରା ଉଦ୍ୟାନକୁ ସିଡିଏ ସେକ୍ଟର-୯କୁ ଅସ୍ଥାୟୀ ଭାବେ ଉଠାଯାଇଛି। ଉଦ୍ୟାନ ପାଇଁ ସ୍ଥାୟୀ ସ୍ଥାନ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ସିଏମସି ପକ୍ଷରୁ ଚିଠି କରାଯାଇଛି। ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରି ନିଗମକୁ ହସ୍ଥାନ୍ତର ପରେ ଦୁଇମାସ ମଧ୍ୟରେ ଉଦ୍ୟାନକୁ ସେଠାକୁ ଉଠାଇ ଦିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ସେହିପରି ସିଏମସିର ବିଶ୍ବନାଥ କେନ୍ଦ୍ରୀୟ ପାଠାଗାରକୁ ଓଡ଼ିଶା ଆଡମିିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ଓଏଟି)କୁ ସ୍ଥାନାନ୍ତର କରାଯିବ। ପାଠାଗାର ସ୍ଥାନାନ୍ତର ପୂର୍ବରୁ ସରକାରଙ୍କ ‌ଅନୁମତିକୁ ଅପେକ୍ଷା କରାଯାଇଛି।

Sambad

ଆସନ୍ତା ୩ ତାରିଖରେ ସରକାରଙ୍କଠାରୁ ଅନୁମତି ଆସିବା ପରେ ଏହାକୁ ଉଠାଯିବ। ସିଏମସିର ଚାରା ଉଦ୍ୟାନକୁ ଅସ୍ଥାୟୀ ଭାବେ ସିଡିଏ ସେକ୍ଟର-୯କୁ ଉଠାଯାଇଛି। ସେହିପରି ଆସନ୍ତା ୩ ତାରିଖରେ ସରକାରଙ୍କ ଠାରୁଅନୁମତି ମଳିବା ପରେ କେନ୍ଦ୍ରୀ ପାଠାଗାରକୁ ଓଡ଼ିଶା ଆଡମିିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲକୁ ସ୍ଥାନାନ୍ତର କରାଯିବ ବେ‌ାଲି ଡେପୁଟି କମିସନର ଅବିନାଶ ରାଉତ କହିଛନ୍ତି। ଖାନନଗର ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାରୀ ବାଳିକା ବିଦ୍ୟାଳୟ, ସିଏମସିର କ୍ବାଟର୍ସ, ବିଶ୍ବନାଥ ପାଠାଗାର, କେନ୍ଦ୍ରୀୟ ଚାରା ଉଦ୍ୟାନ, ରାତ୍ର ଆଶ୍ରୟସ୍ଥଳି, ନୂତନ ଭାବେ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ଖାନନଗର ପାର୍କ ଉଚ୍ଛେଦ କରାଯିବ। ଇତିମଧ୍ୟରେ ସରକାରୀ ବାଳିକା ବିଦ୍ୟାଳୟ କୋଠାକୁ ଭାଙ୍ଗି ଦିଆଯାଇଛି। ଏହି ସବୁର ମୂଲ୍ୟ ୧୨୦ କୋଟିରୁ ଅଧିକ ଟଙ୍କାର ହେବ ବୋଲି ଆକଳନ କରାଯାଇଛି। ସୂଚନାୟଯୋଗ୍ୟ, ଖାନନଗର ଅତ୍ୟାଧୁନିକ ବସ୍‌ ଟର୍ମିନାଲଟି ୧୨ ଏକର ଜମି ଉପରେ ୬୫ କୋଟି ଟଙ୍କାରେ ନିର୍ମାଣ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

The post ସିଡିଏ-୯କୁ ଉଠିଲା ସିଏମ୍‌ସି ଚାରା ଉଦ୍ୟାନ; ଅନୁମତି ପରେ ଓଏଟିକୁ ସ୍ଥାନାନ୍ତର ହେବ ସିଏମ୍‌ସି ପାଠାଗାର first appeared on Sambad.



from ଜିଲ୍ଲା – Sambad https://ift.tt/2NZH6vV